ସୁନାବେଡା
ସୁନାବେଡା ଅଭୟାରଣ୍ୟ ପତୋରା ନଦୀବନ୍ଧର ଉପରମୁଣ୍ଡ ସୀମାକୁ ଲାଗିଛି, ଚମତ୍କାର ଅରଣ୍ୟାଦି ମଧ୍ୟରେ ପରିବେଷ୍ଟିତ ତଥା 63 ମିଟର ଉଚ୍ଚତା ବିଶିଷ୍ଟ ଜଳପ୍ରପାତ ଏକ ଅନନ୍ୟ ଆକର୍ଷଣ । ଏହା କୋମନା ବ୍ଲକ ସଦର ମହକୁମାଠାରୁ ମାତ୍ର 40 କି.ମି. ଦୂରରେ ଅବସ୍ଥିତ । ସୁନାବେଡା ଏକ ଗ୍ରାମ ପଞ୍ଚାୟତ ଯାହା କୋମନା ପଞ୍ଚାୟତ ସମିତି ଅନ୍ତର୍ଗତ ଓ କୋମନାଠାରୁ 40 କି.ମି. ଦୂରରେ ଅବସ୍ଥିତ । ଦଶହରା ପୂର୍ଣ୍ଣିମା ଦିନ ସୁନାବେଡାର ଅଧିଷ୍ଠାତ୍ରୀ ଦେବୀ ସୁନାଦେଇଙ୍କ ପୂଜନୋତ୍ସବ ଅନୁଷ୍ଠିତ ହୁଏ । ସୁନାବେଡା ଉପତ୍ୟକାରେ ମୁଖ୍ୟତଃ ଗଣ୍ଡ, ଭୁଞ୍ଜିଆ ଓ ପହରିଆ ଜାତିର ଆଦିବାସୀ ବାସ କରନ୍ତି । ଏହି ଉପତ୍ୟକାରେ ରହିଛି ଜୋଙ୍କ ଓ ସୁନ୍ଦରନଦୀର ଉତ୍ପତ୍ତିସ୍ଥଳ । ଏହି ଉପତ୍ୟକାର ପୂର୍ବପାର୍ଶ୍ୱ ତୀଖ ଓ ବିପଜ୍ଜନକ କିନ୍ତୁ ପଶ୍ଚିମପାର୍ଶ୍ୱ କ୍ରମଶଃ ତାଲୁ । ଏହି ପର୍ବତମାଳାର ଶୀର୍ଷତମ ସ୍ଥାନ ବୀରବସି (3056 ଫୁଟ) ଓ ଦକ୍ଷିଣରେ ସ୍ଥିତ କୋଟପଦର (3253 ଫୁଟ) । ସମଗ୍ର ଉପତ୍ୟକାଟି ଗୋମହିଷାଦିଙ୍କ ପାଇଁ ଏକ ପ୍ରଶସ୍ତ ଚରାଭୂଇଁ ଅଟେ ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ରାୟପୁର (ଛତିଶଗଡ) ହେଉଛି ନିକଟସ୍ଥ ବିମାନ ବନ୍ଦର ଯାହା ପର୍ଯ୍ୟଟନ ସ୍ଥଳ ଠାରୁ ୧୮୨ କି.ମି ଦୂର ଅଟେ |
ରେଳଗାଡ଼ିରେ
ଖରିଆର ରୋଡ ରେଳ ଷ୍ଟେସନରେ ସମସ୍ତ ଟ୍ରେନ ରହିଥାଏ |କେବଳ ଯାତ୍ରୀବାହୀ ରେଳ ଗାଡି ନୂଆପଡା ଷ୍ଟେସନରେ ଅଟକିଥାଏ |ଏହାର ଦୂରତା ଖରିଆର ରୋଡ ଷ୍ଟେସନର ଠାରୁ ୭୨ କି.ମି ଅଟେ |
ସଡ଼କ ପଥରେ
ଜିଲ୍ଲା ସଦର ମହକୁମା ନୂଆପଡା ଠାରୁ କ୍ରିଷ୍ଣା ଛକ ପର୍ଯ୍ୟନ୍ତ ୩୨ କି.ମି ଅତିକ୍ରମ କଲାପରେ ସୁନାବେଡା ଆଡକୁ ୨୭ କି.ମି ଜିବାକୁ ପଡିବ |