ପାତାଳଗଙ୍ଗା
ନିର୍ଦ୍ଦେଶଏହା ଏକ ତୀର୍ଥସ୍ଥଳୀ । ଅରଣ୍ୟରାଜି ମଧ୍ୟରେ ସୁଶୋଭିତ ଏହି ତୀର୍ଥସ୍ଥଳୀରେ ଏକ ଚିରପ୍ରବାହମାନ ଜଳସ୍ରୋତ/ ଉଷ୍ଣ ପ୍ରସ୍ରବଣ ରହିଛି ଯାହାର ଜଳ ପବିତ୍ର ଗଙ୍ଗାଜଳ ସଦୃଶ । ଏହାରି ଜଳରେ ଲୋକେ ଶୁଦ୍ଧିକ୍ରିୟା, ଅସ୍ଥିବିସର୍ଜନ ମଧ୍ୟ କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ରାମ, ଲକ୍ଷ୍ମଣ ଓ ସୀତା ଏ ଅଞ୍ଚଳରେ ବନବାସ ସମୟରେ କିଛି କାଳ କାଟିଥିଲେ । ଦେବୀ ସୀତା ତୃଷାର୍ତ୍ତ ଅନୁଭବ କରିବାରୁ ଲକ୍ଷ୍ଣଣ ନିଜ ଶରବିଦ୍ଧ କରି ଧରିତ୍ରୀରୁ ଜଳ ଉତ୍ପନ୍ନ କରାଇଥିଲେ ବୋଲି କିମ୍ୱଦନ୍ତୀ ଅଛି । ସୂର୍ଯ୍ୟୋପରାଗ, ଚନ୍ଦ୍ରଗ୍ରହଣ, ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି ତଥା ଅନ୍ୟାନ୍ୟ ତିଥିମାନଙ୍କରେ ଏଠାରେ ଜନ ସମାଗମ ହୋଇଥାଏ । ଏଠିକାର ପବିତ୍ର ଜଳରେ ସ୍ନାନ କରିବା ପାଇଁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ରାୟପୁର (ଛତିଶଗଡ) ହେଉଛି ନିକଟସ୍ଥ ବିମାନ ବନ୍ଦର ଯାହା ବ୍ଲକ ସଦର ମହକୁମା ଖରିଆର ଠାରୁ ୨୩୨ କି.ମି ଦୂର ଅଟେ |
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି କଣ୍ଟାବାଞି ଏବଂ ଏହା ପର୍ଯ୍ୟଟନ ସ୍ଥଳ ଠାରୁ ୩୨ କି.ମି ଅଟେ ।
ସଡ଼କ ପଥରେ
ଖରିଆର ଓ ପାତାଳଗଙ୍ଗାର ଦୂରତା ୨୨ କି.ମି ଅଟେ |