ପତୋରା
ନିର୍ଦ୍ଦେଶଜୋଙ୍କ ନଦୀର ଉତ୍ପତ୍ତି ସ୍ଥଳରେ ଏକ ଅପୂର୍ବ ଦୃଶ୍ୟରାଦି କୋଳରେ ଧରି ଚାରି ପାର୍ଶ୍ୱରେ ସବୁଜିମା ଆଚ୍ଛାଦିତ ପାହାଡଦୋରା ଅଞ୍ଚଳର ହୃଦୟସ୍ଥଳରେ ବିଦ୍ୟମାନ ପ୍ରାଚୀନ ସଭ୍ୟତାର ଭଗ୍ନାବଶେଷ ମାଣିକ ଗଡ । ଉପର ଜୋଙ୍କ ଜଳସେଚନ ପ୍ରକଳ୍ପ ନୂଆପଡା ଠାରୁ ମାତ୍ର 20 କି.ମି. ଦୂରରେ ଅବସ୍ଥିତ । ଏହା ମଧ୍ୟ ଯୋଗେଶ୍ୱର ମନ୍ଦିର ପାଇଁ ପ୍ରଖ୍ୟାତ । ଏହି ମନ୍ଦିର ଏକ ମନୋରମ ତୀର୍ଥସ୍ଥଳୀ ଯାହା ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟିରୁ ଏକ ଆକର୍ଷଣର କେନ୍ଦ୍ର । ଏଠାରେ ସ୍ଥିତ ପତୋରା ନଦୀବନ୍ଧରେ ନୌବିହାର ପାଇଁ ପ୍ରଶସ୍ତ ସୁଯୋଗ ରହିଛି ।
ନଦୀବନ୍ଧର ବାମପାର୍ଶ୍ୱରେ ଏକ ସୁନ୍ଦର ପ୍ରମୋଦ ଉଦ୍ୟାନ ନିର୍ମିତ ହୋଇଛି ଯାହାର ନାମ ରାଜୀବ ଉଦ୍ୟାନ । ନଦୀବନ୍ଧର ଠିକ୍ ତଳକୁ ଥିବା ଏହି ମନୋରମ ଉଦ୍ୟାନ ସୁନ୍ଦର ଫୁଲ, କୃତ୍ରିମ ଝରଣା, ଜଳସ୍ରୋତରେ ଏପରି ନିର୍ମିତ ହୋଇଛି ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଯାଇଛି । ନାନାରଙ୍ଗର ଆଲୋକ ଓ ମନୋମୁଗ୍ଧକର ସଙ୍ଗୀତ କ୍ଲାନ୍ତ ପର୍ଯ୍ୟଟକଙ୍କୁ ବିମୋହିତ କରେ ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ରାୟପୁର (ଛତିଶଗଡ) ହେଉଛି ନିକଟସ୍ଥ ବିମାନ ବନ୍ଦର ଯାହା ସଦର ମହକୁମା ନୂଆପଡା (ଓଡିଶା) ଠାରୁ ୧୪୨ କି.ମି ଦୂର ଅଟେ |
ରେଳଗାଡ଼ିରେ
ଖରିଆର ରୋଡ ରେଳ ଷ୍ଟେସନରେ ସମସ୍ତ ଟ୍ରେନ ରହିଥାଏ | ପତୋରା ଓ ଖରିଆର ରୋଡ ଷ୍ଟେସନର ଦୂରତା ୩୨ କି.ମି ଅଟେ |
ସଡ଼କ ପଥରେ
ସଦର ମହକୁମା ନୂଆପଡା ଓ ପତୋରାର ଦୂରତା ୨୨ କି.ମି |