ବନ୍ଦ କରନ୍ତୁ

ଉପକାଗଙ୍ଗା

ସୁନାବେଡାରେ ସ୍ଥିତ ନଦୀର ଦୁଇ ପାହାଡ ମଧ୍ୟସ୍ଥଳରେ ଉପକାଗଙ୍ଗା ଅବସ୍ଥିତ । ଏହି ଦୁଇ ପାହାଡର ନାମ ଗୁରୁ ଡଙ୍ଗର ଓ ପାଟୀ ଡଙ୍ଗର । ଉପକାର ଅର୍ଥ ଭୂଗର୍ଭ ମଧ୍ୟରୁ ଉପରକୁ ଉଠିଆସିଥିବା । ଏଠାରେ ଜଳସ୍ରୋତ ଭୂଗର୍ଭରୁ ଉପରକୁ ଉଠି ଆସିଛି । ସ୍ଥାନୀୟ ଲୋକେ ଏଠାରେ ଶିବ ଓ ଜଗନ୍ନାଥ ମହାପ୍ରଭୁଙ୍କ ପୂଜା କରନ୍ତି ।

ଫଟୋ ଗାଲେରୀ

  • ଉପକାଗଙ୍ଗା କୁଣ୍ଡ
  • ଉପକାଗଙ୍ଗା
  • ଉପକାଗଙ୍ଗା ମନ୍ଦିର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ରାୟପୁର (ଛତିଶଗଡ) ହେଉଛି ନିକଟସ୍ଥ ବିମାନ ବନ୍ଦର ଯାହା ପର୍ଯ୍ୟଟନ ସ୍ଥଳ ଠାରୁ ୧୮୨ କି.ମି ଦୂର ଅଟେ |

ରେଳଗାଡ଼ିରେ

ଖରିଆର ରୋଡ ରେଳ ଷ୍ଟେସନରେ ସମସ୍ତ ଟ୍ରେନ ରହିଥାଏ |କେବଳ ଯାତ୍ରୀବାହୀ ରେଳ ଗାଡି ନୂଆପଡା ଷ୍ଟେସନରେ ଅଟକିଥାଏ |ଏହାର ଦୂରତା ଖରିଆର ରୋଡ ଷ୍ଟେସନର ଠାରୁ ୭୨ କି.ମି ଅଟେ |

ସଡ଼କ ପଥରେ

ଜିଲ୍ଲା ସଦର ମହକୁମା ନୂଆପଡା ଠାରୁ କ୍ରିଷ୍ଣା ଛକ ପର୍ଯ୍ୟନ୍ତ ୩୨ କି.ମି ଅତିକ୍ରମ କଲାପରେ ଉପକାଗଙ୍ଗା ଆଡକୁ ୨୭ କି.ମି ଜିବାକୁ ପଡିବ |