ବନ୍ଦ କରନ୍ତୁ

କିପରି ଭୋଟ ପରିଚୟ ପତ୍ର ପାଇବେ?

ଭୋଟର ପରିଚୟ ପତ୍ର (ଏପିକ)

  1. ଯେବେବି କୌଣସି ଭାରତୀୟ ନାଗରୀକଙ୍କ ନାମ ନିର୍ବାଚକ ତାଲିକାରେ ପ୍ରଥମ ଥର ପାଇଁ ପଞ୍ଜିକୃତ ହୁଏ, ନୂଆ ଭୋଟର ପରିଚୟ ପତ୍ର ସ୍ୱତଃପ୍ରବୃତ ଭାବେ ବିନା କୌଣସି ଆବେଦନରେ ଓ ବିନା ମୂଲ୍ୟରେ ସ୍ପିଡ ପୋଷ୍ଟ ଜରିଆରେ ଉପଯୁକ୍ତ ପ୍ରାପ୍ତିସ୍ୱିକାର ପତ୍ର ସହ ପ୍ରଦାନ କରାଯିବ ।
  2. ସ୍ଥାନ ପରିବର୍ତ୍ତନ ଯୋଗୁଁ ନୂତନ ଭୋଟର ପରିଚୟ ପତ୍ର– ଯଦି ଦରଖାସ୍ତକାରୀ ନିଜ ଠିକଣା ପରିବର୍ତ୍ତନ କରିଥାନ୍ତି ଏବଂ ଫର୍ମ ୬ କିମ୍ୱା ୮(କ) ରେ ଆବେଦନ କରିଥାନ୍ତି ତେବେ ତାଙ୍କ ସପକ୍ଷରେ ପୂର୍ବତନ ନିର୍ବାଚନମଣ୍ଡଳୀ ଠିକଣାରେ ପଞ୍ଜିକୃତ ହୋଇଥିବା ଭୋଟର ପରିଚୟ ପତ୍ର ସଂଖ୍ୟା ଓ ନିର୍ଦ୍ଧିଷ୍ଟ ସ୍ଥାନ ଉଲ୍ଲେଖ କରିବେ । ଯଦି ସେ ସ୍ଥାନ ପରିବର୍ତ୍ତନ ଜନିତ ଭୋଟର ପରିଚୟ ପତ୍ର ନୂଆ ଠିକଣାରେ ଚାହାନ୍ତି ତେବେ ତାଙ୍କୁ ଫର୍ମ-୬ କିମ୍ବା ଫର୍ମ-୮(କ) ଆଧାରରେ ନୂଆସ୍ଥାନରେ ପଞ୍ଜିକୃତ ହୋଇସାରିଲା ପରେ ସେ ଫର୍ମ ଇପିଆଇସି-001 (ଏପିକ-001) ରେ (ପରିଶିଷ୍ଟ-5 ରେ ଦିଆଯାଇଥିବା ଫର୍ମାଟ ଅନୁଯାୟୀ) ପୂର୍ବରୁ ପ୍ରାପ୍ତ ହୋଇଥିବା ଇପିଆଇସି (ଏପିକ) କୁ ଆବଶ୍ୟକୀୟ ଦେୟ ସହ ଦରଖାସ୍ତ କରିବେ ।

ଯାଆନ୍ତୁ: http://www.nvsp.in/