ବନ୍ଦ କରନ୍ତୁ

ମମତା

ତାରିଖ : 01/09/2011 - | ସେକ୍ଟର: ଜନ ମଙ୍ଗଳ
ମମତା ଯୋଜନା ଫୋଟ

ମାତୃ ଏବଂ ଶିଶୁ ଅପପୁଷ୍ଟି ହ୍ରାସ କରିବା ପାଇଁ ଓଡିଶା ସରକାର ଏକ ବିଶେଷ ଯୋଜନା କେବଳ ଗର୍ଭାବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କ ପାଇଁ ଆରମ୍ଭ କରିଛନ୍ତି ଯାହାର ନାମ “ମମତା” |ଏହା ମାତୃତ୍ୱ ଲାଭ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଏକ ହିତକାରୀ ଯୋଜନା ଅଟେ |ଏହା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କ ପୁଷ୍ଟି ସାଧନ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ସହାୟତା ହେବ |

ଉଦ୍ଧେଶ୍ୟ
  • ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନେ ଶ୍ରମ କ୍ଷତିପୁରାଣ ପାଇବା ସହିତ ଗର୍ଭଧାରଣ ଓ ସନ୍ତାନ ପ୍ରସବ ପରେ ଯଥେଷ୍ଟ ବିଶ୍ରାମ ପାଇ ପାରିବେ |
  • ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରାକ୍ଷା ଯଥା ପ୍ରସବ ପୂର୍ବ ଓ ପ୍ରସବ ପର ଯତ୍ନ ତଥା ପ୍ରତିଷେଧକ ବ୍ୟବସ୍ଥା ପାଇ ପାରିବେ |
  • ମାତୃ ଓ ଶିଶୁ ଯତ୍ନ ବିଶେଷତଃ ଶିଶୁର ଖାଦ୍ୟାଭ୍ୟାଷ ସମ୍ୱନ୍ଧୀୟ ଯତ୍ନ ନେବା |
ଲକ୍ଷ୍ୟ ଗୋଷ୍ଠୀ

୧୯ କିମ୍ବା ତଦୁର୍ଦ୍ଧ ବର୍ଷ ବୟସର ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆଙ୍କ ପ୍ରଥମ ଦୁଇଟି ଜୀବିତ ସନ୍ତାନ ପ୍ରସବ ପାଇଁ ଯେଉଁମାନେ ମାତୃତ୍ଵ ଲାଭ ପାଇ ନ ଥିବେ (ଯେଉଁମାନେ ନିଜେ ରାଜ୍ୟ/କେନ୍ଦ୍ର/ସରକାରୀ ଉଦ୍ୟୋଗ କର୍ମଚାରୀ ହୋଇ ନ ଥିବେ କିମ୍ବା ସେମାନଙ୍କ ପତ୍ନୀ ହୋଇ ନଥିବେ ).

ଲାଭାର୍ଥୀ:

ମାଆ

ଲାଭ:

ତାଙ୍କ ୫୦୦୦ (ଦୁଇ ଗୋଟି କିସ୍ତି ରେ )

କିପରି ଆବେଦନ କରିବେ

ଅଙ୍ଗନବାଡୀ କର୍ମୀଙ୍କ ପାଖରେ ଉପଲବ୍ଧ ଉଦ୍ଧିଷ୍ଟ ଫୋରମ ମାଧ୍ୟମ ରେ |