ବନ୍ଦ କରନ୍ତୁ

ଗୋଷ୍ଠି ପୋଲିସ ବ୍ୟବସ୍ଥା

ତାରିଖ : 26/03/2013 - | ସେକ୍ଟର: ସେବା ଓ ସୁରକ୍ଷା
ଗୋଷ୍ଠି ପୋଲିସ ବ୍ୟବସ୍ଥା ନୂଆପଡା
ଜିଲ୍ଲାରେ ଗୋଷ୍ଠି ପୋଲିସ ବ୍ୟବସ୍ଥା କାର୍ଯ୍ୟରତ ଅଛି, ପ୍ରତ୍ୟେକ ପୋଲିସ ଥାନକୁ ୫/୬ ଟି ବିଟି‍ ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ବିଟ୍ ଦାୟୁତ୍ୟରେ ଜଣେ ବିଟ୍‍ ଅଧିକାରି /କନଷ୍ଟେବଲ ନିଯୁକ୍ତ ଅଛନ୍ତି । ପୋଲିସ ଥାନା ସ୍ତରରେ ୨୦/୨୫ ସଭ୍ୟକୁ ନେଇ ଆମ ପୋଲିସ ସମିତି ଗଠନ କରାଯାଇଛି । ପ୍ରତ୍ୟେକ ପୋଲିସ ଥାନାରେ ଅପରାଧ,ଆଇନ ଶୃଙ୍ଖଳା ଓ ବିବିଧ ଘଟଣାକୁ ନେଇ ଚର୍ଚା କରିବାପାଇଁ ପ୍ରତି ମାସରେ ଗୋଟିଏ ପୋଲିସ ସଭା ଆୟୋଜନ କରାଯାଉଛି । ଜିଲ୍ଲାଗୁଡିକର ସମସ୍ତ ଆମ ପୋଲିସ ସମିତିର କାର୍ଯ୍ୟାବଳିକୁ ଦେଖାରେଖା କରିବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଉପଦେଷ୍ଟା କମିଟି ଗଠିତ ହୋଇଛି । ଆମ ପୋଲିସ ବ୍ୟବସ୍ଥା ଏହିପରି ଭାବରେ ଆଇନ ଶୃଙ୍ଖଳା ତଥା ଅନ୍ୟାନ୍ୟ ଅପରାଧ ଜନିତ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କ ଦ୍ୱାରା ପରିଚାଳିତ ଏକ ଉତ୍ତମ ବ୍ୟବସ୍ଥା ଅଟେ । ଗ୍ରାମାଞ୍ଚଳ ତଥା ବିଛିନ୍ନାଞ୍ଚଳରେ ଗ୍ରାମରକ୍ଷିମାନେ ଏହି ବ୍ୟବସ୍ଥାର ସୁପରିଚାଳନାରେ ନିୟୋଜିତ ଅଛନ୍ତି ।

ଲାଭାର୍ଥୀ:

ସାଧାରଣ ନାଗରିକ

ଲାଭ:

ଭଲ ଭାବରେ ଆଇନ ଶୃଙ୍ଖଳା ତଥା ଅନ୍ୟାନ୍ୟ ଅପରାଧ ଜନିତ କାର୍ଯ୍ୟକୁ ନିୟନ୍ତ୍ରଣ କରିବା