ସ୍ୱାସ୍ଥ୍ୟ
ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଓ ରାଜ୍ୟର ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିସ୍ତ୍ର। କେନ୍ଦ୍ର ନିରବଚ୍ଛିନ୍ନ ଓ ନିସ୍ଵାର୍ଥପର ଭାବରେ ସରକାରୀ ଯୋଜନା ମୁତାବକ ଚେଷ୍ଟାକରି ଆସୁଛି । ଜିଲ୍ଲା ପ୍ରଶାସନ ଜିଲ୍ଲାର ସ୍ୱାସ୍ଥ୍ୟ ମାନବୃଦ୍ଧି ପାଇଁ ବିଭିନ୍ନ ଯୋଜନରେ ରୂପାୟନ କରିବ।ରେ ସର୍ବଦା ଚେଷ୍ଟିତ । ବିଶେଷ ଭାବରେ ଆଦିବାସୀ ଏବଂ ଅନଗ୍ରସର ଅଞ୍ଚଳରେ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା,ଟୀକାକାରଣ ପାଇଁ ସଦା ତତ୍ପର ।ନିମ୍ନରେ ଏହାର କିଛି ଲକ୍ଷ ଓ ଉଦ୍ଦେଶ୍ୟ ସୂଚିତ କରାଗଲା ।
ଉଦ୍ଦେଶ୍ୟ-
- ଜନସାଧାରଣ ପାଇଁ ପର୍ଯ୍ୟାପ୍ତ ଗୁଣବତ୍ତା ସମ୍ପର୍କିତ ପ୍ରତିଷେଧମୂଳକ ନିଦାନ ବ୍ୟବସ୍ଥା କରିବା ।
- ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗ ବସବାସ କରୁଥିବା ଦୁର୍ଗମ ଅଞ୍ଚଳରେ ଅଧିବାସୀଙ୍କ ପାଇଁ ନିଶ୍ଚିତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ।
- ଏଲୋପ୍ୟାଥି ଛଡା ହୋମିଓପଥ୍ୟ ଏବଂ ଆୟୁର୍ବେଦ ସାହାଯ୍ୟରେ ଜିଲ୍ଲାର ଅଧିବାସୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା |
- ଅପହଞ୍ଚ ଇଲକାର ପ୍ରାଥମ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାନ ଚିକିତ୍ସ।କେନ୍ଦ୍ର ଲୋକଙ୍କର ପାଖରେ ପହଞ୍ଚାଇବା |
- ସାମଗ୍ରିକ ଭାବରେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଉନ୍ନତି ଆଣିବା ।
- ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ସଂକ୍ରମଣ ଜନିତ ରୋଗର ମୂଳପୋଛ କରିବା ।
- ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ସହ ସେମାନଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା |
- କେତେକ ନିଶ୍ଚିତ ସଂକ୍ରାମକ ରୋଗ ପାଇଁ ସ୍ଵତନ୍ତ୍ର ଚିକିତ୍ସ। ସହ ବିନ।ମୂଲ୍ୟରେ ଔଷଧ ଯୋଗାଇବା ।
- ପ୍ରାଥମିକ,ଉନ୍ନୀତ,ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମି,ଔଷଧଏବଂ କର୍ମଚାରୀ ନିଯୁକ୍ତିରେ ଉନ୍ନତି ଆଣିବା |