ସଂସ୍କୃତି ଏବଂ ଐତିହ୍ୟ

ଦଧିବାମନ
ସ୍ୱାଧିନତାର ୭୧ ତମ ବର୍ଷରେ ଆମେ ଆଜି କଣ ସ୍ମରଣ କରିବା ? ବର୍ତ୍ତମାନର ପ୍ରଚଳିତ ଦୈନ ଓ ଅଭାବ ନୁହେଁ, କିନ୍ତୁ ଏକ ଜାଜୁଲ୍ୟମାନ ଗୌରବମୟ ସାଂସ୍କୃତିକ ଅତୀତ | ଖଡ଼ିଆଳର ଶାସକ ଚୌହାନ ବଂଶର ପ୍ରମୁଖ ଦେବୀ ହେଲେ ଦେବୀ ସମଲେଶ୍ୱରୀ | ଏହି ଦେବୀ ମଧ୍ୟ ସମ୍ବଲପୁରରେ “ଶକ୍ତି ପୀଠ” ଭାବରେ ପୂଜିତ, ଯେଉଁ ସମ୍ବଲପୁର ଦିନେ ଖଡ଼ିଆଳର ଚୌହାନ ରାଜାମାନଙ୍କର ଅଧୀନରେ ଥିଲା | ଖଡ଼ିଆଳ ନୂଆପଡା ଜିଲ୍ଲାର କେବଳ ଖଡ଼ିଆଳ ରାଜାମାନଙ୍କର ଏକମାତ୍ର ଆସନ ନଥିଲା ବରଂ ସାହିତ୍ୟ ଓ ସଂସ୍କୃତିରେ ସମୃଦ୍ଧ କେନ୍ଦ୍ର ଥିଲା | ଭକ୍ତ କବି ଚୈତନ୍ୟ ଦାଶ ଆଦ୍ୟ ଶତାବ୍ଦୀରେ ତାଙ୍କର ନିରବଛିନ୍ନ ସାହିତ୍ୟ ସାଧନା ଦ୍ୱାରା ଯଶ ଅର୍ଜନ କରିଥିଲେ |
ନବମ ଓ ଦଶମ ଶତାବ୍ଦୀ କାଳରେ ଖଡ଼ିଆଳର ଦଧିବାମନ ମନ୍ଦିର ଦଧିବାମନ ଧର୍ମ ଉପାସନାର ମାର୍ଗର ପ୍ରତୀକ ଥିଲା | ଏହାର ପ୍ରତ୍ନତାତ୍ୱିକ ମହତ୍ୱ ଦୃଷ୍ଟିରୁ ବିଚାର କଲେ ,ଏହି ମନ୍ଦିରକୁ ସରକାରୀ ଭାବରେ ରାଜ୍ୟର ସରଙ୍ଖିତ କୀର୍ତ୍ତି ବା ସ୍ମୃତିଚିହ୍ନ ଭାବରେ ଘୋଷଣା କରାଯାଇଛି |ଏହାକୁ ଐତିହାସିକ ଓ ପ୍ରାଚୀନତା ଦୃଷ୍ଟିରୁ ବିଚାର କରି ଏହି ମନ୍ଦିରକୁ ଉତ୍ତର ପୁରୁଷ ପାଇଁ ସରଙ୍ଖିତ ରଖିବା ଏବଂ ଠିକ୍ ଭାବରେ ଯତ୍ନ ନେବାରେ ଅବଶ୍ୟକତା ରହିଛି । ଖଡିଆଳ କଲେଜର ପରିସରରେ ଥିବା ବାଉଳିର ମଧ୍ୟ ଉଲ୍ଲେଖ କରାଯାଇପାରେ |
ଖଡ଼ିଆଳ ସହରରେ ବିହାରୀ ଉଛବ “ଛଟ ପୂଜା” ବଡ ଧୁମଧାମରେ ପାଳିତ ହୋଇଥାଏ | ଦେଶର ଅନ୍ୟ ପ୍ରାନ୍ତ ଗୁଡିକରେ ପାଳିତ ହେଉଥିବା ହୋଲି ଓ ଦୀପାବଳି ଉଛବ ଗୁଡିକ ମଧ୍ୟ ପାଳିତ ହୋଇଥାଏ | ଏହି ଉଛବ ଗୁଡିକ ଓଡ଼ିଶାର ଅନ୍ୟ ଅଞ୍ଚଳରେ ପାଳିତ ହେବାର ଗୋଟିଏ ଦିନ ଆଗରୁ ପାଳିତ ହୋଇଥାଏ | ଛତିଶଗଡ଼ି ସଂସ୍କୃତିର ପ୍ରଭାବରେ ହୋଲିର ଦଶଦିନ ବ୍ୟାପି ଏକ ବିଧି “ନଙ୍ଗରା” ନାମରେ ସଂଗୀତ ଉଛବ ପାଳିତ ହୋଇଥାଏ |
କେନ୍ଦ୍ରୀୟ ପ୍ରେସିଡେନସି ବେରାର ଓ ନାଗପୁର ପ୍ରେସିଡେନସି ଅଧୀନରେ ଥିବା ରାୟପୁର ଜିଲ୍ଲା ଦ୍ୱାରା ପରିଚାଳିତ ହୋଇ ପଶ୍ଚିମ ଭାରତୀୟ ସଂସ୍କୃତି “ଗଣେଶ ଉଛବ ” ସପ୍ତାହବ୍ୟାପୀ ପାଳିତ ହୋଇ ଲୋକପ୍ରିୟ ହୋଇପାରିଛି | ସାଂସ୍କୃତିକ ସଦଭାବନା ଓ ଜାତୀୟ ସଂହତିର ପ୍ରତୀକ ସ୍ୱରୂପ ଏହି ଜିଲ୍ଲାରେ କେତେକ ମୁସଲିମ , ଖ୍ରୀଷ୍ଟିୟାନ ଏବଂ ଶିଖ ପରିବାର ମଧ୍ୟ ବସବାସ କରୁଛନ୍ତି । ଏଥି ପାଈଁ ଏହି ଜିଲ୍ଲାର ସଦରମହକୁମା ନୂଆପଡାରେ ଅବସ୍ତିତ ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକ ନେସନାଲ ହାଇସ୍କୁଲ ତଥା ନେସନାଲ କଲେଜ ଭାବରେ ନାମିତ ହୋଇଛି |
ଏକ ସିମାନ୍ତରାଜ୍ୟ ଭାବରେ ପ୍ରାଚୀନ କାଳରୁ ରାଜା ଖଡ଼ିଆଳ ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ଭାବରେ ଓଡିଶା ଓ କୋଶଲି ଭାଷା ତଥା ସଂସ୍କୃତିର ଉନ୍ନତି କଳ୍ପେ ସଦାସର୍ବଦା ପ୍ରଶଂସନୀୟ ଭାବରେ ଉଦ୍ୟମରତ | ଭୁଂଜିଆ ତଥା ପହରିଆ ଇତ୍ୟାଦି ଆଂଚଳିକ ଭାଷା ମୁଖ୍ୟ ଭାଷାରୁ ଅଲଗା ଥିଲେ ମଧ୍ୟ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି | ମୋଟାମୋଟି ଭାବରେ ନୂଆପଡା ଜିଲ୍ଲାରେ ଓଡିଆ ,ତାର ଗୁଡିଏ ଉପଭାଷା ଏବଂ କୋଶଲି ଭାଷାର ଅଲଗ ଅଲବ ବୋଲି କଥିତ ଭାଷା ଅଟେ |