ପଶୁପାଳନ
ବିଭାଗ ସମ୍ବନ୍ଧରେ
ପ୍ରାଣୀ ସମ୍ପଦ, ଓଡିଶା ଗ୍ରାମାଞ୍ଚଳ ର ଜୀବିକା ନିର୍ବାହର ମୁଖ୍ୟ ଉତ୍ସ । ଗ୍ରାମାଞ୍ଚଳର ୮୦ % ପରିବାର କୌଣସି ନା କୌଣସି ଗୃହପାଳିତ ପ୍ରାଣୀ ପାଳନ କରି ଜୀବିକା ନିର୍ବାହ କରନ୍ତି ଏବଂ ପ୍ରାଣୀପାଳନ ରୁ ଅତିରିକ୍ତ ଆୟ କରିଥାନ୍ତି । ପ୍ରାଣୀପାଳନ ଓ କୁକୁଡା ଚାଷ ଅତିରିକ୍ତ ଆୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରେ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରେ । କୃଷି ପରେ ପ୍ରାଣୀପାଳନ ଓ ପକ୍ଷୀପାଳନ ହେଉଛି ଗ୍ରାମ୍ୟ ଅର୍ଥନୀତିର ମୁଖ୍ୟ ଦିଗ ,ଯାହାର ଶତକଡା ୪ ଭାଗ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ ର ଅବଦାନ ରହିଅଛି । ଏହି ବିଭାଗ ପ୍ରାଣୀ ମାନଙ୍କର ପ୍ରଜନନ ,ପରିପାଳନ ,ରୋଗନିରାକରଣ ଏବଂ ଶୁଦ୍ଧ କ୍ଷୀର ,ମାଂସ ଓ ଅଣ୍ଡା ଉତ୍ପାଦନ ପାଇଁ ସର୍ବଦା ଚେଷ୍ଟିତ । ଜନସାଧାରଣଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅତିରିକ୍ତ ରୋଜଗାରର ପନ୍ଥା ଯୋଗାଇଥାଏ । ଏହି ବିଭାଗ ମଧ୍ୟ ପ୍ରାଣୀ ଓ ପକ୍ଷୀ ମାନଙ୍କଠାରୁ ମଣିଷ ମାନଙ୍କୁ ସଂକ୍ରମିତ ହେଉଥିବା ରୋଗ ନିରାକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଏହି ବିଭାଗରେ ଆମ ଜିଲ୍ଲାରେ ୧ ଟି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ , ୭ଟି ପ୍ରାଣୀ ଚିକିତ୍ସାଳୟ ,୫୧ ଟି ପ୍ରାଣୀ ସହାୟକ କେନ୍ଦ୍ର ଓ ୧ ଟି ତୃଣ ଓ ମଞ୍ଜି ଉତ୍ପାଦନ ଫାର୍ମ ରହିଅଛି ।
ଲକ୍ଷ୍ୟ
- ପ୍ରାଣୀ ସମ୍ପଦ ବିକାଶ ବିଭାଗ ,ଓଡିଶାର ଗ୍ରାମ୍ୟ ଅର୍ଥନୀତି ଓ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ।
- କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଗୋପାଳନ ମାଧ୍ୟମରେ ଜୀବନ ଧାରଣର ପନ୍ଥା ନିର୍ଦ୍ଧାରଣ କରିବା ।
- ଛେଳି, ମେଣ୍ଢା ଓ ଘୁଷୁରୀ ଚାଷ ମାଧ୍ୟମରେ ଗରିବ ପରିବାର ର ଉନ୍ନତି କରିବା ।
- ବାଡିଅଗଣାରେ କୁକୁଡା ପାଳନ ଦ୍ଵାରା ଗ୍ରାମ୍ୟ ମହିଳା ଓ ଭୂମିହୀନ ଚାଷୀ ମାନଙ୍କର ରୋଜଗାର ପନ୍ଥା ସୃଷ୍ଟି ଓ ଉନ୍ନତୀକରଣ ।
- ଦୁଗ୍ଧ ,ମାଂସ ଓ ଅଣ୍ଡା ଉତ୍ପାଦନରେ ସ୍ଵାବଲମ୍ବୀ ହେବା ।
- ମୁଣ୍ଡ ପିଛା କ୍ଷୀର ,ଅଣ୍ଡା ଓ ମାଂସ ର ଆବଶ୍ୟକତା /ଚାହିଦା ବୃଦ୍ଧି କରିବା ।
- ଗୋଖାଦ୍ୟ ଓ ଘାସଚାଷ ମାଧ୍ୟମରେ ଗୋପାଳନର ଖର୍ଚ କମ କରିବା ।
- ମାନଙ୍କ ଦ୍ଵାରଦେଶ ରେ ପ୍ରାଣୀ ପାଳନ ସମ୍ବନ୍ଧୀୟ ସମସ୍ତ ସେବା ଯୋଗାଇଦେବା ।
ସମ୍ପୂର୍ଣ କାର୍ଯ୍ୟ ପନ୍ଥା
- ପ୍ରାଣୀ ଚିକିତ୍ସା ସେବା – ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଦ୍ଵାରା ଅପହଞ୍ଚ ଦୂରତାରେ ଚିକିତ୍ସା ସେବା ଯୋଗାଇବା ।
- କୃତ୍ରିମ ପ୍ରଜନନ ସେବା (କୃତ୍ରିମ ପ୍ରଜନନ କେନ୍ଦ୍ର ଦ୍ଵାରା ଓ ଦ୍ଵାରଦେଶ ସେବା ମାଧ୍ୟମରେ ) |
- ପ୍ରତିଷେଧକ ଟୀକାକରଣ (ରୋଗ ପ୍ରତିଷେଧକ ତଥା ପ୍ରାଣୀ ମାନଙ୍କଠାରୁ ମଣିଷକୁ ସଂକ୍ରମିତ କରୁଥିବା ରୋଗର ନିରାକରଣ ଓ ପ୍ରତିଷେଧକ ) |
- ଗୋବତ୍ସା ଧରାଣ ।
- ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି ।
- ଋତୁକାଳୀନ ଓ ସବୁଦିନିଆ ଘାସଚାଷ ।
- ଗୋବନ୍ଧ୍ୟା ନିରାକରଣ ଶିବିର ।
- ବାଡିଅଗଣାରେ କୁକୁଡା ପାଳନ ।
- ସୁଲଭ ମୂଲ୍ୟରେ ପ୍ରାଣୀ ସମ୍ପଦର ବୀମାକରଣ ।
- ବ୍ୟାଙ୍କଋଣ ମାଧ୍ୟମରେ ଗୋପାଳନ ,ଛେଳିପାଳନ ଓ ପକ୍ଷୀପାଳନ ନିମନ୍ତେ ପ୍ରୋତ୍ସାହନ ।
- ସ୍ଥାନୀୟ ଉନ୍ନତ ନସଲର ଗୋରୁଗାଈ ତଥା ପ୍ରାଣୀସମ୍ପଦର ରକ୍ଷଣା ବେକ୍ଷଣ ।
- କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ ପାଇଁ ପ୍ରୋତ୍ସାହନ ।
- ବୃହତ ଚାଷୀଙ୍କ ନିମନ୍ତେ କୃଷି ଉଦ୍ୟୋଗ ବିକାଶ ଜରିଆରେ ଅଣ୍ଡାଦିଆ କୁକୁଡା ଓ ଛେଳିମେଣ୍ଢା ପାଳନ ।
ସେବାର ବିବରଣୀ
ସେବା ନାମ | ବିବରଣୀ |
---|---|
କୃତ୍ରିମ ପ୍ରଜନନ | ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ । |
ଚିକିତ୍ସାସେବା ପ୍ରଦାନ | ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ । |
ଧରାଣ(ଗୋବତ୍ସା ଓ ବୋଦା ) | ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ । |
ଟୀକାକରଣ | ପ୍ରତ୍ୟେକ ବ୍ଲକ ସଦର ଚିକିତ୍ସାଳୟରେ ସେବା ଉପଲବ୍ଧ । |
ଚାଷୀ ପ୍ରଶିକ୍ଷଣ | ପ୍ରାଣୀଚିକିତ୍ସାଳୟ ମାନଙ୍କରେ ଦକ୍ଷତା ବୃଦ୍ଧି ନିମନ୍ତେ (N.L.M ଓ R.K.V.Y) ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ । |
ତୃଣ ଉନ୍ନୟନ | (N.L.M ଓ R.K.V.Y) ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ । |
କୁକୁଡା ପାଳନ ଓ ଉନ୍ନୟନ | N.L.M ଜରିଆରେ |
କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ | ରାଜ୍ୟ ଯୋଜନା(ପ୍ରଜନନ ଉନ୍ନତିକରଣ ) ନିମନ୍ତେ । |
କୃଷି ଉଦ୍ୟୋଗ ବିକାଶ ମାଧ୍ୟମରେ ଗୋପାଳନ ,ଛେଳିମେଣ୍ଢା ଓ କୁକୁଡାପାଳନ | D.E.D.S (NABARD) ଜରିଆରେ ଓ ପ୍ରତ୍ୟେକ ଚିକିତ୍ସାଳଯରେ । |
ପ୍ରାଣୀମାନଙ୍କର ବୀମାକରଣ | N.L.M ମାଧ୍ୟମରେ ଓ ପ୍ରତ୍ୟେକ ଚିକିତ୍ସାଳଯରେ |
ଭ୍ରାମ୍ୟମାଣ ଚିକିତ୍ସା ସେବା | ଅପହଞ୍ଚ ଦୂରତାରେ ଚିକିତ୍ସା ସେବା ଯୋଗାଇବା (ପ୍ରତ୍ୟେକ ବ୍ଲକ ) |
ରୋଗ ନିଦାନ ପରୀକ୍ଷା | ପ୍ରତ୍ୟେକ ବ୍ଲକ ଚିକିତ୍ସାଳୟ ଓ ଜିଲ୍ଲା ରୋଗ ନିଦାନ ପରୀକ୍ଷାଗାର ,ନୂଆପଡା । |
କାର୍ଯ୍ୟକ୍ରମ ଓ ପରିକଳ୍ପନା ର ନାମ
ଏହି କାର୍ଯ୍ୟାଳୟରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡିକର ନାମ ଯଥା କୃଷି ଉଦ୍ୟୋଗ ବିକାଶ,ସବୁଦିନିଆ ସବୁଜ ଘାସ ଚାଷ,ପ୍ରାଣୀସମ୍ପଦ ର ବୀମାକାରଣ,ବାଡିଅଗଣା ରେ କୁକୁଡା ପାଳନ ଏବଂ କ୍ଷୁଦ୍ର ଛେଳି ମେଣ୍ଢା ଫାର୍ମ ଗଠନ