ଇତିହାସ

ପାତାଳେଶ୍ୱର ମନ୍ଦିର
ପୂର୍ବରୁ ନୂଆପଡା ଜିଲ୍ଲା ୧୯୯୩ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅବିଭକ୍ତ କଲାହାଣ୍ଡି ଜିଲ୍ଲାର ଏକ ଅଂଶ ଥିଲା । କିନ୍ତୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଓଡିଶା ସରକାରଙ୍କ ଜିଲ୍ଲା ପୁର୍ନଗଠନ ବିଜ୍ଞାପନ ସଂଖ୍ୟା ଡି.ଆର. ସି. ୪୪/୯୩/୧୪୨୧୮/ ଆର , ତାରିଖ ୨୭ ମାର୍ଚ୍ଚ ୧୯୯୩ ଅନୁସାରେ କଳାହାଣ୍ଡି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଗଲା ଯଥା କଲାହାଣ୍ଡି ଓ ନୂଆପଡ଼ା । ଏହି ଜିଲ୍ଲା ଗୋଟିଏ ସବ୍ଡ଼ିଭିଜନ(ନୂଆପଡ଼ା ) , ପାଞ୍ଚଟି ତହସିଲ ( ନୂଆପଡା,କୋମନା,ଖଡ଼ିଆଲ, ବୋଡେନ ଓ ସିନାପାଲି) ଏବଂ ପାଞ୍ଚଟି ଗୋଷ୍ଠି ଉନ୍ନୟନ କେନ୍ଦ୍ର ନୂଆପଡା,କୋମନା,ଖଡ଼ିଆଲ, ବୋଡେନ ଓ ସିନାପାଲି) କୁ ନେଇ ଗଠିତ । ଏହା ବିଶ୍ୱାସ କରାଯାଏ ଯେ ପୁରାତନ କାଳରେ କଳାହାଣ୍ଡି ମହାକାନ୍ତାର ସାମ୍ରାଜ୍ୟର ଏକ ଅଂଶ ଥିଲା । ଚତୁର୍ଥ ଖ୍ରୀଷ୍ଟାବ୍ଦ ସମୟରେ ଯେତେବେଳେ ସମୁଦ୍ରଗୁପ୍ତ ଏହି ଅଞ୍ଚଳ ମଧ୍ୟ ଦେଇ ଏକ ଅଭିଯାନରେ ବାହାରିଥିଲେ ବ୍ୟାଘ୍ରରାଜ ନାମକ ଜଣେରାଜା ମହାକାନ୍ତାରର ଶାସକ ଥିଲେ । ବ୍ୟାଘ୍ର ରାଜାଙ୍କ ପରେ ୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନଳବଂଶୀୟ ରାଜା ଯଥା ଭବଦତ୍ତ ବର୍ମନ, ଆର୍ଯପତି ଏବଂ ସ୍କନ୍ଦ ବର୍ମନ ଏହି ଅଞ୍ଚଳକୁ ଶାସନ କରିଥିଲେ ।
ଷଷ୍ଟ ଶତାଦ୍ଧୀ ବେଳକୁ ରାଜା ତୁଷ୍ଚିକରଙ୍କ ଅଧିନରେ ଏହି କଲାହାଣ୍ଡି ଅଞ୍ଚଳରେ ଏକ ନୂତନ ରାଜ୍ୟର ବିକାଶ ହେଲା, କିନ୍ତୁ ଅନ୍ୟ ରାଜାଙ୍କ ପରିବାର ବିଷୟରେ ବିଶେଷ କିଛି ଜଣାପଡେ ନାହିଁ । ସେହି ସମୟରେ ନୂଆପଡ଼ା ଅଞ୍ଚଳ ସର୍ଭପୁରୀୟା ବଂଶର ରାଜାମାନଙ୍କ ଦ୍ୱାରା ଶାସିତ ହେଉଥିଲା । ଏହାର ପ୍ରମାଣ ସେହି ସମୟରେ ତାମ୍ରପତ୍ର ଓ ସ୍ୱର୍ଣମୁଦ୍ରାରୁ ମିଲିଥାଏ । ପରେ ଏହି ଅଞ୍ଚଳ ଅଷ୍ଟମ ଶତାଦ୍ଧି ବେଳକୁ ଦକ୍ଷୀଣ କୋଶଳର ସୋମବଂଶୀୟ ରାଜାମାନଙ୍କ ଦ୍ୱାରା ଶାସିତ ହେଲା, ସେତେବେଳେ ରାଜା ମହାଲବଗୁପ୍ତ ବଲାର୍ଜୁନ ତାଙ୍କର ଶ୍ରୀପୁର ନାମକ ଶାସନ କେନ୍ଦ୍ରରୁ ଏହି ଅଞ୍ଚଳକୁ ଶାସନ କରୁଥିଲେ ।

ଇଟା ମନ୍ଦିର
ନବମ ଶତାଦ୍ଧିରେ ଯେତେବେଳେ ସୋମବଂଶୀମାନେ ଶ୍ରୀପୁର ଅଞ୍ଚଳରୁ ବହିସ୍କୃତ ହେଲେ ଏବଂ ସୋନପୁର ,ସମ୍ବଲପୁର ଅଞ୍ଚଳରେ ଏକ ନୁତନ ରାଜ୍ୟ ସ୍ଥାପନ କଲେ, କଲାହାଣ୍ଡି ତାଙ୍କର ଶାସିତ ରାଜ୍ୟ ଭାବରେ ରହିଲା । ପ୍ରକୃତରେ ମହାଭାଗ ଗୁପ୍ତ ଜନ୍ମଜେୟ କଳାହାଣ୍ଡି ମଧ୍ୟଦେଇ ତ୍ରିକଲିଙ୍ଗ ସାମ୍ରାଜ୍ୟ (କୋରାପୁଟ ଅଞ୍ଚଳ) ଅକ୍ତିଆର କଲେ । ଦଶମ ଶତାବ୍ଦିର ମଧ୍ୟ ଭାଗରେ ସୋମବଂଶୀ ରାଜା ଯଯାତୀ ଦ୍ୱିତୀୟ ମହାଶୀବ ଗୁପ୍ତଙ୍କ ଅଧୀନରେ ସମଗ୍ର ଓଡ଼ିଶା ଆସିଯାଇଥିଲା । ତାଙ୍କପୁତ୍ର ଉଦ୍ୟୋତ କେଶରୀ ଏହି ଅଞ୍ଚଳର ପ୍ରଭୁତ୍ୱକୁ ବିଭକ୍ତ କରିଦେଲେ ଏବଂ ପଶ୍ଚିମାଞ୍ଚଳ (କୋଶଳ)କୁ ଏକ ସହପାର୍ଶିକ ଶାଖା ଅଧିନସ୍ଥ କରିଦେଲେ। କଳାହାଣ୍ଡି କୋଶଳ ରାଜ୍ୟର ଏକ ଅଶଂ ଭାବରେ ଅନ୍ତର୍ଭୁକ୍ତ ହେଲା ଏବଂ ଏହାର ରାଜଧାନୀ ସୋନପୁର ନିକଟସ୍ଥ ଯଯାତିନଗର ଥିଲା ।
କୋଶଳରେ ସୋମବଂଶୀମାନଙ୍କ ଶାସନ ୧୦୨୨ ଖ୍ରୀଷ୍ଚାବ୍ଦରେ ରାଜେନ୍ଦ୍ର ଚୋଳଙ୍କ ଆକ୍ରମଣ ଦ୍ୱାରା ପତନ ହେଲା ଏବଂ ଏହାପରେ ଏହି ଅଞ୍ଚଳ ତେଲଗୁ ଚୋଳମାନଙ୍କ ଅଧିନକୁ ଆସିଲା । ୧୦୩୮ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶୀୟ ରାଜା ବଜ୍ର ହସ୍ତ ପଞ୍ଚମ ପାରଳାଖେମୁଣ୍ଡି ଅଞ୍ଚଳରେ ଶକ୍ତିଶାଳି ହେଲେ ଏବଂ ୧୦୪୪ ଖ୍ରୀଷ୍ଟାବ୍ଦରେ ରାଜେନ୍ଦ୍ର ଚୋଳଙ୍କ ମୃତ୍ୟୁପରେ ସେ ନିଜକୁ ସ୍ୱାଧିନ ଘୋଷଣା କଲେ ଏବଂ କୋରାପୁଟ ଏବଂ କଳାହାଣ୍ଡି ସମେତ ପାହାଡ଼ିଆ ଅଞ୍ଚଳ ଗୁୁୁୁଡିକୁ ନିଜ ଅଧିନକୁ ଆଣିଲେ । ଗଙ୍ଗବଂଶୀୟ ମାନେ ଦୀର୍ଘଦିନ ଧରି କଳାହାଣ୍ଡି କୁ ଶାସନ କରିଥିଲେ | ନର୍ଲାର ଶିଳାଲେଖ ରୁ ଜଣାପଡେ ଯେ ମଦନମହାଦେବ ୧୨୩୧ ଖ୍ରୀଷ୍ଟାଦ୍ଧରେ କମଳ ମଣ୍ଡଳକୁ ଏକ ସାମନ୍ତ ରାଜ୍ୟ ଭାବରେ ଶାସନ କରୁଥିଲେ | କଳାହାଣ୍ଡି ରାଜାଦରବାରଙ୍କ ସଂରକ୍ଷିତ ପରମ୍ପରା ପ୍ରକାଶିତ କରେ ଯେ ନାଗବଂଶୀୟମାନେ ବିକ୍ରମ ସମ୍ବତ ୧୦୬୨ ବା ୧୦୦୫ ଖ୍ରୀଷ୍ଟାଦ୍ଧ ସମୟରେ କଳାହାଣ୍ଡିରେ ତାଙ୍କର ଶାସନର ସୂତ୍ରପାତ କରିଥିଲେ | ଯଦି ଏହି ପରମ୍ପରା କୁ ବିଶ୍ୱାସ କରାଯାଏ ତେବେ କୁହାଯାଇ ପାରେ ଯେ ନାଗମାନେ ଗଙ୍ଗମାନଙ୍କର ଏକ ସାମନ୍ତ ରାଜ୍ୟ ଭାବରେ ଚତୁର୍ଦଶ ଶତାଦ୍ଧୀ ପର୍ଯ୍ୟନ୍ତ ଶାସନ କରୁଥିଲେ ଏବଂ ପରେ ସେମାନେ ସୂର୍ଯ୍ୟବଂଶୀ ଗଜପତି ମାନଙ୍କର ଆନୁଗତ୍ୟ ସ୍ୱୀକାର କରିଥିଲେ |

କଳାଚଉରି
କମଳମଣ୍ଡଳ କେବେ କଳାହାଣ୍ଡି ଭାବରେ ପରିଚିତ ହେଲା ତାହା ଜଣା ନାହିଁ । ଯୁଗାବ୍ଦ ୪୮୧୯ ଏବଂ ଖ୍ରୀଷ୍ଟାବ୍ଦ ୧୭୧୮ ରେ କଳାହାଣ୍ଡିର ନାମର ସୁଚନା ଦଧିବାବନ ମନ୍ଦିରର ଶିଳାଲେଖରୁ ଜଣାପଡ଼େ। ବ୍ରିଟିଶ ମାନଙ୍କ ନଥିପତ୍ରରେ ଏହି ଅଞ୍ଚଳକୁ କାରୋଣ୍ଡ କୁହାଯାଉଥିଲା । ଏହି ଅଞ୍ଚଳ ୧୫୬୮ ଖ୍ରୀଷ୍ଚାବ୍ଦରେ ଗଜପତି ରାଜାମାନଙ୍କର ପତମ ପରେ ସ୍ୱାଧୀନ ହେଲା । କଲାହାଣ୍ଡି ରାଜ୍ୟର ପରମ୍ପରା ଅନୁସାରେ ଅଷ୍ଚାଦଶ ଶତାଦ୍ଧିର ମଧ୍ୟଭାଗରେ ନାଗପୁରର ଭୋଁସଲାମାନଙ୍କ ଅଧିନକୁ ଆସିବା ପୁର୍ବରୁ ଏହି ରାଜ୍ୟର ଅଠରଗଡ଼ ଉପରେ ସାର୍ବଭୌମ ଅଧିକାର ଥିଲା । ୧୮୦୩ ମସିହାରେ ମରହଟ୍ଟାମାନେ ବ୍ରିଟିଶ ମାନଙ୍କଦ୍ୱାରା ପରାଜିତ ହେଲେ ଏବଂ ଓଡ଼ିଶାର ଉପକୂଳ ଅଞ୍ଚଳ ସମେତ ପାଟନା-ସମ୍ବଲପୁର ଅଞ୍ଚଳର ରାଜ୍ୟସମୁହ ବ୍ରିଟିଶ ଅଞ୍ଚଳକୁ ଚାଲିଗଲା, ସେତେବେଲେ ସମ୍ବବତଃ କଳାହାଣ୍ଡି ମରହଟ୍ଟା ମାନଙ୍କଦ୍ୱାରା ଶାସିତ ହେଉଥିଲା । ୧୮୦୬ ମସିହାରେ ପାଟନା-ସମ୍ବଲପୁର ରାଜ୍ୟ ସମୁହ କ୍ରମଶଃ ରଘୁଜୀ ଭୋନସଲାଙ୍କ ଅଧିନକୁ ଆସିଲା ।୧୮୧୮ ମସିହାରେ ତୃତୀୟ ଇଂରେଜ–ମରହଟ୍ଟା ଯୁଦ୍ଧପରେ ନାଗପୁରର ମରହଟ୍ଟାମାନେ ବ୍ରିଟିଶମାନଙ୍କ ଅଧିନସ୍ଥ ହେଲେ କିନ୍ତୁ ୧୮୫୩ ମସିହା ପର୍ଯ୍ୟନ୍ତ କଳାହାଣ୍ଡି ମରହଟ୍ଟାମାନଙ୍କ ଅଧିନରେ ଥିଲା,ଯେତେବେଳେ ରଘୁଜି ତୃତୀୟବିନା ଉତ୍ତାଧିକାରୀରେ ମୃତ୍ୟୁବରଣ କଲେ ନାଗପୁର ରାଜ୍ୟ ବ୍ରିଟିଶି ଶାସନାଧିନ ହେଲା । ପାଟନାର ପ୍ରଥମ ଚୌହାନ ରାଜା ରାମଦେଓଙ୍କ ପର୍ଯ୍ୟନ୍ତ ଖଡ଼ିଆଳ ରାଜ୍ୟ ଚୌହାନ ମାନଙ୍କଦ୍ୱାରା ଶାସିତ ହେଉଥିଲା । ୧୫୯୦ ଖ୍ରୀଷ୍ଟାବ୍ଦରେ ପାଟନା ପରିବାରର ବଂଶଧର ଭାବରେ ଗୋପାଳ ରାୟ ଖଡ଼ିଆଲର ରାଜା ହେଲେ , ଏହି ଅଞ୍ଚଳରେ ଆଂଶିକ ସ୍ୱାଧୀନ ରାଜାମାନଙ୍କ ମଧ୍ୟରେ ଏକ ହୋଇ ଶାସନ ଆରମ୍ଭ କଲେ। ୧୭୪୧ ମସିହାରେ ଖଡ଼ିଆଳ ମରହଟ୍ଟା ଶାସନାଧିନ ହେଲା ଏବଂ ୧୮୧୮ ମସିହାରେ ବ୍ରିଟିଶମାନେ ପୁଣି ଏହାକୁ ଅକ୍ତିଆର କଲେ ।୧୯୦୫ ମସିହାରେ ସମ୍ବଲପୁର ଜିଲ୍ଲା ତଥା କଳାହାଣ୍ଡି ସହିତ ଅନ୍ୟ କେତେକ ସାମନ୍ତ ରାଜ୍ୟ ବଙ୍ଗଳା ଓଡିଶା ଡିଭିଜନ ସହିତ ମିଶିଗଲା, ସେତେବେଳେ କେନ୍ଦ୍ରୀୟ ପ୍ରଦେଶର ସରକାର ସମ୍ବଲପୁର ସହିତ ଖଡିଆଳର ମିଶ୍ରଣକୁ ବିରୋଧ କଲେ ଏବଂ ୧୯୦୬ ମସିହାରେ ଖଡିଆଳ ମହାସମୁନ୍ଦ ତହସିଲର ଏକ ଅଂଶ ହୋଇ ରହିଲା । ଯେତେବେଳେ ୧୯୩୬ ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା, ଖଡ଼ିଆଳ ପୁଣି ସମ୍ବଲପୁର ଜିଲ୍ଲାର ଏକ ଉପଖଣ୍ଡ ( ନୂଆପଡା ସବଡ଼ିଭିଜନ ) ଭାବରେ ଓଡ଼ିଶା ସହିତ ମିଶିଲା । ୧୯୪୮ ମସିହା ୧ ତାରିଖ ଦିନ ମୟୁରଭଞକୁ ଛାଡ଼ି କଳାହାଣ୍ଡି ସମେତ ଅନ୍ୟ ସାମନ୍ତ ରାଜ୍ୟ ଗୁଡ଼ିକ ଓଡ଼ିଶାରେ ମିଶ୍ରିତ ହେଲା ଏବଂ କଳାହାଣ୍ଡି,ପାଟନା ଓ ସୋନପୁର ଇତ୍ୟାଦି ଆଦି ପୂର୍ବ ରାଜ୍ୟ ସହିତ ନୂଆ କଳାହାଣ୍ଡି ଜିଲ୍ଲା ଭାବରେ ନାମିତ ହେଲା । ପୁଣି ୧୯୪୯ ନଭେମ୍ବର ୧ ତାରଖରେ ପାଟନା ଓ ସୋନପୁର ମିଶି ଏକ ସ୍ୱତନ୍ତ୍ର ଜିଲ୍ଲା ଗଠନ କଲେ ଏବଂ ସମ୍ବଲପୁର ଜିଲ୍ଲାର ନୂଆପଡା ସବଡ଼ିଭିଜନ କଳାହାଣ୍ଡି ଜିଲ୍ଲା ସହିତ ମିଶିଗଲା ।