ବନ୍ଦ କରନ୍ତୁ

ଅର୍ଥବ୍ୟବସ୍ଥା

ନୂଆପଡା ଜିଲ୍ଲାର ଆର୍ଥିକ ସ୍ଥିତି ମୂଖ୍ୟତଃ କୃଷି ଓ ଅରଣ୍ୟ ଆଧାରିତ | ଜିଲ୍ଲାରେ ଲୋକସଂଖ୍ୟା ବହୁତ ଭାଗ କୃଷି ଓ ଅରଣ୍ୟ ଉପରେ ନିର୍ଭର କରନ୍ତି | ଅନ୍ୟ କୌଣସି ବିକଳ୍ପ ପନ୍ଥା ଏବଂ ଯଥୋଚିତ ନିୟୋଜନର ଅଭାବରେ ସେମାନେ ନିର୍ଭରଶିଳ ଆର୍ଥିକ ସ୍ଥିତିରେ ବଞ୍ଚନ୍ତି |

ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଜୀବନ ଜୀବିକା ମୂଖ୍ୟତଃ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶିଳ | ତାଙ୍କର ଜୀବିନ ଉପରେ ଏହାର ପ୍ରଭାବ କୁବିଚାର କରି ଏହାର ପରିଚାଳନା ପାଇଁ ଅନେକ କିଛି କରିବାର ଅଛି | ସେମାନଙ୍କ ଜୀବିକା କାଠଗଡ଼ା ବ୍ୟତୀତ ଅନ୍ୟ ଅରଣ୍ୟ ଉତ୍ପାଦ ଯଥା ମହୁଲଫୁଲ,ଚାର,ହରିଡ଼ା,ବାହାଡା ଏବଂ ଟୋଲ ଉପରେ  ଅବଧାରିତ | ସେମାନେ ଏହି ଦ୍ରବ୍ୟ ଗୁଡିକ  ନିଜେ ବ୍ୟବହାର କରିବା ସହିତ ବିକ୍ରୟ କରିବା ପାଇଁ ସଂଗ୍ରହ କରନ୍ତି | କିନ୍ତୁ ଗତ କେତେ ବର୍ଷ ଠାରୁ ତାଙ୍କର ଜୀବନ ଧାରଣା ପାଇଁ ଏହି କ୍ଷେତ୍ରରେ ଅବନତି ଦେଖାଦେଇଛି | କୃଷିକ୍ଷେତ୍ରରେ ମଧ୍ୟ ସେହି ସମାନ ପରିସ୍ଥିତି ସୃଷ୍ଟି ହୋଇଛି | ଜଳସେଚନରେ ଅଭାବ ଏବଂ ମୃତିକାରେ ନିମ୍ନ ଗୁଣବତ୍ତା କୃଷିକ୍ଷେତ୍ରରେ ନିର୍ଭରଶୀଳ ଲୋକଙ୍କୁ ନିରୁତ୍ସାହିତ କରୁଛି | ଉଭୟ କୃଷି ଓ ଅରଣ୍ୟ ଜାତ ଦ୍ରବ୍ୟ ର ବିକ୍ରୟ ସମୟରେ ଲୋକେ ଦୁରବସ୍ଥା ଭୋଗୁଛନ୍ତି | ନୂଆପଡାର ଅଧିକାଂଶ କୃଷି ଭୂମି ଉଚ୍ଚ ଭୂମି ଓ ନିମ୍ନ ଉତ୍ପାଦିକା ଅଟେ | ଜଳସେଚନ ର ବ୍ୟବସ୍ତା ପ୍ରାୟ ନାହିଁ (ରାଜ୍ୟ ରେ ୩୦% ତୁଳନାରେ ନୂଆପଡାରେ ମାତ୍ର ୧୫%) କହିଲେ ଚଳେ |ଭୂମିଉପରେ ଅଧିକାର ସ୍ପଷ୍ଟ ନୁହେଁ ଏବଂ ଯଦିଓ ଲୋକେ ଅନେକ ଯୁଗ ହେଲା ରହି ଆସୁଛନ୍ତି ଅନେକ ଗାଁ ଅଛି ଯାହା ଏବେବି ଅନଧିକୃତ ଭାବରେ ରହିଛି | ଅଶୀଦଶକ ପୂର୍ବର ବନ୍ଦୋବସ୍ତ ଏହି ହତଭାଗା ଲୋକଙ୍କର ସମସ୍ୟା ଦୂର କରିପାରି ନାହିଁ |ଜଙ୍ଗଲଗୁଡିକର ସେହି ଅବସ୍ଥା | ଆଦିବାସୀ ଲୋକମାନେ ପ୍ରକୃତି ସହିତ ଅନ୍ତରଙ୍ଗ ଭାବରେ ଜଡିତ ହୋଇ ଜୀବନ ନିର୍ବାହ କରି ଆସୁଛନ୍ତି | ପ୍ରକୃତି ତାଙ୍କ ଜୀବନର ଅବିଛେଦ ଅଙ୍ଗ | କିନ୍ତୁ ସେମାଙ୍କର ଜମି ଓ ଜଙ୍ଗଲ ଉପରେ ଭୋଗାଧିକାର ଥିଲେ ମଧ୍ୟ ତାଙ୍କ ଉପରେ ଗୁଡ଼ାଏ କଟକଣା ଜାରି କରାଯାଇଛି |

କେତେକ ଗାଁ ଅଛି ଯାହା କି ସୁନାବେଡା ଅରଣ୍ୟର ଅନ୍ତଃସ୍ଥଳ ରେ ଅବସ୍ତିତ | ଏହି ଅଞ୍ଚଳର ବାସିନ୍ଦାମାନଙ୍କୁ ସ୍ଥାନାନ୍ତରର ଭୟ ସଦାସର୍ବଦା ରହିଛି | ଏହି ଲୋକମାନଙ୍କ ପାଇଁ ଅରଣ୍ୟ ବାସକୁ ଛାଡିବା ତାଙ୍କ ପାଇଁ ଅନ୍ତିମ ଇଚ୍ଛା ଭାବରେ ଗ୍ରହଣୀୟ ହୋଇପାରେ |ଏହା ବ୍ୟତୀତ ଏମାନଂକୁ ଅରଣ୍ୟଜାତ ଦ୍ରବ୍ୟଗୁଡିକ ସଂଗ୍ରହ କରିବା ଜଙ୍ଗଲରେ ବୁଲିବା ,ଜାଳେଣି କାଠ ସଂଗ୍ରହ କରିବା ଇତ୍ୟାଦି ପାଇଁ ନିଷେଧ କରାଯାଉଛି |ଏହି ଅବସ୍ଥା ଅନ୍ୟ ବନାଞ୍ଚଳରେ ମଧ୍ୟ ସମାନ ଅଟେ |